କାକଟପୁର, ଅସ୍ତରଙ୍ଗରେ ସ୍ବାଧୀନତା ଦିବସ

କାକଟପୁର,୧୫ା୮(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ କାକଟପୁର ମିନିଷ୍ଟାଡ଼ିୟମ୍‌ଠାରେ କାକଟପୁର ପ୍ରେସ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ସ୍ବାଧୀନତା ଦିବସରେ ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାକଟପୁର ବ୍ଲକ କାର୍ଯ୍ୟାଳୟଠାରେ ବିଡିଓ ସୁଧୀର କୁମାର ନାୟକ, ତହସିଲଦାର କାର୍ଯ୍ୟାଳୟଠାରେ ତହସିଲଦାର ରୋଜିନା ଦାଶ, ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଉପ ନିର୍ବାହୀଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳ, ଥାନାରେ ଆଇଆଇସି ସୁମତୀ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟଠାରେ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକ, ଅସ୍ତରଙ୍ଗସ୍ଥିତ ବିଜେଡି କାର୍ଯ୍ୟାଳୟଠାରେ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, କଂଗ୍ରେସ କାର୍ଯ୍ୟାଳୟଠାରେ ବିଶ୍ୱଭୂଷଣ ଦାସ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ବାହାରିଥିଲେ।

Share