କାକଟପୁର ମଙ୍ଗଳା ମନ୍ଦିରରୁ ଉଡ଼ିଗଲା ବାନା

କାକଟପୁର,୨୧।୫(ଡି.ଏନ.ଏ): ବାତ୍ୟା ଅମ୍ଫନ ପ୍ରଭାବରେ ବୁଧବାର କାକଟପୁରର ମା’ ମଙ୍ଗଳା ମନ୍ଦିର ଚୂଡ଼ରେ ଲାଗିଥିବା ବାନା ଉଡ଼ିଯାଇଛି। ମଙ୍ଗଳବାର ରାତିରୁ ବାତ୍ୟା ଯୋଗୁ ବର୍ଷା ପବନ ଲାଗିରହିଥିବାବେଳେ ମଙ୍ଗଳବାର ସକାଳେ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକେ ମା’ଙ୍କ ମନ୍ଦିରରେ ଲାଗିଥିବା ବାନା ଉଡ଼ିଯାଇଥିବା ଦେଖିବାକୁ ପାଇଥିଲେ। ଗତ ଦୁଇଦିନ ତଳେ ପୁରୀ ଶ୍ରୀମନ୍ଦିରର ପତିିତପାବନ ବାନା ଉଡିଯାଇଥିବାବେଳେ ପୁଣି ମଙ୍ଗଳା ମନ୍ଦିରରେ ଏଭଳି ବାନା ଉଡିଯିବା ଘଟଣାକୁ ଭକ୍ତଗଣ ଶୁଭଙ୍କର ମଣୁ ନାହାନ୍ତି।

Share