ଉଦଳା, ୧୨।୧ (ଡି.ଏନ.ଏ.) – ଶିମିଳିପାଳ ପାଦଦେଶରେ ଅବସ୍ଥିତ ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡରେ ଏବେ ରାତିରେ ପ୍ରବଳ କାକର ପଡୁଥିବା ବେଳେ ସକାଳେ ଘନ କୁହୁଡିର ଚାଦର ସବୁ ଅଞ୍ଚଳକୁ ଢାଙ୍କି ରଖିଛି। ଦୁଇ ଦିନ ପୂର୍ବରୁ ବର୍ଷା ହୋଇ ଛାଡିବା ପରେ କୁହୁଡି ସାଙ୍ଗକୁ ଶୀତ ପରିମାଣ ବଢିବାରେ ଲାଗିଛି ା ଆଦିବାସୀ ଅଧ୍ୟୁଷିତ ଏହି ଉପଖଣ୍ଡରେ ଦୁଇ ଦିନ ହେବ ଶୀତର ପ୍ରକୋପ ବହୁତ ଅଧିକ ରହିଛି ା ଭୋର ସମୟରୁ ଆରମ୍ଭ କରି ପୂର୍ବାହ୍ନ ୮ଟା ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ଲାଗି ରହୁଥିବାରୁ ଯାନବାହନ ଚଳାଚଳରେ ସମସ୍ୟା ହେଉଛି। ସକାଳେ ମର୍ନିଂ ୱାକ ପାଇଁ ଯାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ କମିଛି ା ଏହା ଦ୍ୱାରା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି ା ଶୀତ ପ୍ରକୋପରୁ ରକ୍ଷା ପାଇବା ଲାଗି ପାହାଡ ତଳି ଅଞ୍ଚଳର ଲୋକେ ନିଅଁା ପୁଇଁ ହେଉଥିବା ଦେଖିବାକୁ ମିଳିଛି ା