କାଗଜ ଟଙ୍କାରେ ୪ ଦିନ, ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ: ଶପିଂ ବ୍ୟାଗ୍‌କୁ ଗୋଟେ ଦିନ ରଖନ୍ତୁ ଅଲଗା !

ବେଜିଂ,୭।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁର ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ତେଣୁ ଏହାକୁ ନ ଛୁଇଁବା ପାଇଁ ହଂକଂର ବିଶେଷଜ୍ଞମାନେ କହିଛନ୍ତି। ଏନେଇ ଏକ ରିପୋର୍ଟ ଲାସେଣ୍ଟ୍‌ ପତ୍ରିକାରେ ପ୍ରକାଶ ପାଇଛି। ସେହିପରି କାଗଜ ଟଙ୍କାରେ ୪ଦିନ ପର୍ଯ୍ୟନ୍ତ କରୋନା ଭୂତାଣୁ ସକ୍ରିୟ ରହିଥାଏ। ତେଣୁ ଶପିଂ ବ୍ୟାଗ୍‌କୁ ୨୪ ଘଣ୍ଟା ଅର୍ଥାତ୍‌ ଗୋଟିଏ ଦିନ ଅଲଗା ରଖି ପରେ ଏହାକୁ ବ୍ୟବହାର କରିବାକୁ ରିପୋର୍ଟରେ କୁହାଯାଇଛି। ଏହା ପ୍ରିଣ୍ଟି ଏବଂ ଟିସୁ ପେପରରେ ୩ ଘଣ୍ଟାରୁ କମ୍‌ ସମୟ ପର୍ଯ୍ୟନ୍ତ ସକ୍ରିୟ ରହୁଥିବାବେଳେ କାଠ ଏବଂ ପୋଷାକ ଉପରେ ଗୋଟିଏ ଦିନ ପର୍ଯ୍ୟନ୍ତ ବଞ୍ଚିରୁହେ। ଏପରି ସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏକ ମାତ୍ର ବିକଳ୍ପ ହେଉଛି ଦିନରେ ବାରମ୍ବାର ହାତ ଧୋଇବା। ଏହା ଦ୍ୱାରା ଭୂତାଣୁ ନଷ୍ଟ ହୋଇଯାଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share