କାଙ୍କଡ଼ ଖାଇଲେ ଦୂର ହୁଏ ଏସବୁ ସମସ୍ୟା

ବର୍ଷାଦିନରେ ବଜାରରେ କାଙ୍କଡ଼ର ଚାହିଦା ଖୁବ୍‌ ବେଶୀ। କାଙ୍କଡ଼ ଖାଲି ଏକ ପରିବା ନୁହେଁ ଏଥିରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ନିୟମିତ ଭାବେ କାଙ୍କଡ଼କୁ ଖାଦ୍ୟରେ ସାମିଲ କଲେ ଶରୀରକୁ ଶକ୍ତି ମିଳିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଆଇରନ ଓ ପ୍ରୋଟିନ ରହିଛି। ୧୦୦ ଗ୍ରାମ କାଙ୍କଡ଼ରୁ ପ୍ରାୟ ୧୭ କ୍ୟାଲୋରୀ ଶକ୍ତି ମିଳିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ତେବେ ଜାଣନ୍ତୁ କାଙ୍କଡ଼ର ଉପକାରିତା ସମ୍ପର୍କରେ…


ରକ୍ତ ପରିଷ୍କାର କରେ : କାଙ୍କଡ଼ ଶରୀରରୁ ଦୂଷିତ ପଦାର୍ଥ ବାହାର କରି ରକ୍ତକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ।


ଡାଇବେଟିସ ନିୟନ୍ତ୍ରଣ କରେ : ଡାଇବେଟିସ ରୋଗୀଙ୍କ ପାଇଁ କାଙ୍କଡ଼ ସବୁଠୁ ଲାଭଦାୟକ ପରିବା। ଏହାକୁ ନିୟମିତ ଭାବରେ ଖାଦ୍ୟରେ ସାମିଲ କଲେ ଡାଇବେଟିସ ନିୟନ୍ତ୍ରିତ ହୋଇଥାଏ।

ଆଖି ଓ ପେଟ ସମସ୍ୟା ଦୂର କରେ : କାଙ୍କଡ଼ ଖାଇଲେ ଆଖି ସମସ୍ୟା ଦୂର ହୋଇଥାଏ। ପାଚନ ପ୍ରକିୟା ଠିକ୍‌ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ କାଙ୍କଡ଼ ଖାଇଲେ ପେଟରୋଗ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।