Categories: ଜାତୀୟ

କାଚ ଖାଇ ବଞ୍ଚୁଛନ୍ତି ଓକିଲ ବାବୁ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଡିଣ୍ଡୋରିରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କାଚ ଖାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଶାହପୁରା ଗଁାରେ ରହୁଥିବା ଦୟାରାମ ସାହୁ ଗତ ୪୦ରୁ ୪୫ ବର୍ଷ ହେବ ସେ କାଚକୁ ଖାଦ୍ୟ ରୂପେ ଗ୍ରହଣ କରିଛନ୍ତି। ଦୟାରାମ ପେଶାରେ ଓକିଲ ଥିବା ବେଳେ ଏହା ତାଙ୍କର ଏକ ବଦଭ୍ୟାସ ବୋଲି କହିଛନ୍ତି। ଏହି ଅଭ୍ୟାସ ଯୋଗୁ ତାଙ୍କର ଦାନ୍ତ ସବୁ ଖରାପ୍‌ ହୋଇଯାଇଛି। ଏହା ବହୁ ବିପଦପୂର୍ଣ୍ଣ ହୋଇଥିବାରୁ ଏବେ ଏହାକୁ ଖାଇବା କମ୍‌ କରିଦେଇଛନ୍ତି ବୋଲି ଦୟାରାମ କହିଛନ୍ତି। ଅନ୍ୟପଟେ କାଚ ଖାଇବା ନେଇ ତାଙ୍କ ପରିବାର ଲୋକେ ଯେତେ ମନା କଲେ ମଧ୍ୟ ସେ କାହାରି କଥା ଶୁଣି ନ ଥିଲେ। ଶେଷରେ ଦୟାରାମଙ୍କ ସ୍ତ୍ରୀ ତାଙ୍କ ପାଇଁ କାଚ ଯୋଗାଡ଼ କରିଥାନ୍ତି ବୋଲି ସେ କହିଛନ୍ତି।

Share