କାଜାଖସ୍ତାନରେ ନୂଆ ନେତାଙ୍କୁ ବିରୋଧ: ୫୦୦ ଗିରଫ

ଅଲମାଟି,୧୦ା୬(ଏଏଫ୍‌ପି): କାଜାଖସ୍ତାନ ରାଷ୍ଟ୍ରପତି ନୁର୍‌ସୁଲତାନ୍‌ ନଜାର୍ବାୟେବ୍‌ଙ୍କ ୩୦ ବର୍ଷ ଶାସନର ଅନ୍ତ ଘଟିବା ପରେ ଦେଶବାସୀ କାସିମ୍‌ ଜୋମ୍‌ରାଟ-ଟୋକାୟଭ୍‌ଙ୍କୁ ନୂଆ ନେତା ଭାବେ ନିର୍ବାଚିତ କରିଥିବାବେଳେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରବିବାର ଅନୁଷ୍ଠିତ ନିର୍ବାଚନ ମୁକ୍ତ ଓ ଅବାଧ ନୁହେଁ ବୋଲି ଦେଶର ବିଭିନ୍ନ ସ୍ଥାନରେ ବିରୋଧୀମାନେ ସରକାର ଏବଂ ପୋଲିସ ବିପକ୍ଷରେ ସ୍ଲୋଗାନ ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜଧାନୀ ନୁର୍‌-ସୁଲତାନ ଓ ଅଲମାଟି ସହରରେ ରବିବାର ୫୦୦ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ୭୮ ବର୍ଷୀୟ ନୁର୍‌ସୁଲତାନ୍‌ ୧୯୯୦ ଏପ୍ରିଲ ୨୪ରୁ ୨୦୧୯ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ। ସେ ଇସ୍ତଫା ଦେବା ପରେ ତାଙ୍କ ଘନିଷ୍ଠ ସହଯୋଗୀ କାସିମ୍‌(୬୬)ଙ୍କୁ ଉତ୍ତରାଧିକାରୀ ଭାବେ ବାଛିଥିଲେ।

Share