Categories: କଟକ

କାଜିହାଟ ମଦ୍ରାସାରେ ଇଦ୍‌ ପାଳିତ: ୧୫ ହଜାର ମୁସଲମାନଙ୍କ ସମୂହ ନମାଜ ପାଠ

ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ବିଭିନ୍ନ ମଦ୍ରାସା ଓ ମସ୍‌ଜିଦରେ ଇଦ୍‌ ପାଳିତ ହୋଇଛି। ଜୟରାମପୁର ପଞ୍ଚାୟତ କାଜିହାଟ ମଦ୍ରାସାରେ ୧୫ ହଜାର ମୁସଲମାନ ସମୂହ ନମାଜ ପାଠ କରିଛନ୍ତି। ପରେ ଏକ ମିଳନ ହୋଇଥିଲା। ଏଠାରେ ହିନ୍ଦୁ ମୁସଲମାନ ମିଳିମିଶି ଇଦ୍‌ ପାଳନ କରିଥାନ୍ତି । ମଦ୍ରାସାରେ ମୌଲାନା ନମାଜ ପାଠ କରାଇଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ଅଶୋକ ଓଝା, ସରପଞ୍ଚ ମନୋରଞ୍ଜନ ସ୍ବାଇଁଙ୍କ ସମେତ ବହୁ ଲୋକପ୍ରତିନିଧି ଯୋଗ ଦେଇଥିଲେ ।
ସେହିଭଳି ଭାବେ ଜିଗ୍ନିପୁର ପଞ୍ଚାୟତ ବାବଲପୁର,ଆସୁରେଶ୍ୱର, ନେମାଳ,ନରେନ୍ଦ୍ରପୁର, ଦଉଦପୁର ଓ ନଗସପୁରରେ ଇଦ୍‌ ପାଳିତ ହୋଇଛି।