Advertisement
Categories: ଗଞ୍ଜାମ

କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖଲ୍ଲିକୋଟ,୧୨ା୫(ଡି.ଏନ.ଏ.)- ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡ଼ା ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଶନିବାର ଜନୈକା ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛି। ପୋଲିସ ସୂଚନାନୁଯାୟୀ, ବ୍ରହ୍ମପୁର ସହର ନିକଟ ଗୋଳନ୍ଥରା ଅଞ୍ଚଳର ଲକ୍ଷ୍ମୀ ସାହୁ ବୋଲି ଜଣାପଡ଼ିଛି। ଶୁକ୍ରବାର ଲକ୍ଷ୍ମୀ ନିଖୋଜ ଥିବା ପରିବାର ଲୋକ କହିଛନ୍ତି। ଏହି ଘଟଣାକୁ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶନିବାର ଖଲ୍ଲିକୋଟ ଆଇଆଇସି ସୁନୀଲ କୁମାର ବେହେରା, ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଓ ପୋଲିସ ଟିମ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି। ନଂ. ୧୧୩/୧୯ରେ ମକଦ୍ଦମା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel