କାଜୁ ତୋଳିବାକୁ ଆସି ଯୁବକଙ୍କ ଜୀବନ ଗଲା

ପାଟଣା,୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ଗ୍ରାମର ଅଭିମନ୍ୟୁ ପାତ୍ର ନାମକ ଜଣେ ବ୍ୟକ୍ତି ଗାଁରେ ଥିବା ନିଜ କାଜୁ ପଡିଆକୁ ଗୁରୁବାର କାଜୁ ତୋଳିବାକୁ ଯାଇ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦୟପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।