କାଜୁ ନିଗମର ୨୦୧୭-୧୮ ଆର୍ଥିକ ବର୍ଷ ରିପୋର୍ଟ: ନଗଦ ଲାଭ ୧୪୦୧.୮୯ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଓଡ଼ିଶା କାଜୁ ଉନ୍ନୟନ ନିଗମ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବାର୍ଷିକ ରିପୋର୍ଟ ନିକଟରେ ବିଧାନସଭାରେ ଉପସ୍ଥାପନ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ନିଗମର ୧୪୦୧.୮୯ ଲକ୍ଷ ଟଙ୍କା ନଗଦ ଆୟ ହୋଇଛି। ପୂର୍ବବର୍ଷ ଏହି ଆୟ ୪୦୫.୭୪ ଲକ୍ଷ ଟଙ୍କା ରହିଥିଲା। ତେଣୁ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ନିଗମକୁ ପ୍ରାୟ (୧୪୦୧.୮୯-୪୦୫.୭୪) ୯୯୬.୧୫ ଲକ୍ଷ ଟଙ୍କାର ନଗଦ ଲାଭ ହୋଇଥିବା ଜଣାପଡ଼ିଛି। ହେଲେ ବାର୍ଷିକ ରିପୋର୍ଟର ୫ ପୃଷ୍ଠା ସମସ୍ତ ମୂଲ୍ୟକୁ କେବଳ ସଂଖ୍ୟାରେ ଉଲ୍ଲେଖ କରାଯାଇଥିଲା। ଏହି ମୂଲ୍ୟ ଲକ୍ଷ କିମ୍ବା କୋଟି ଟଙ୍କାରେ ବୋଲି ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇ ନାହିଁ। ତେଣୁ ବୁଧବାର ପ୍ରକାଶ ପାଇଥିବା ଖବରରେ ନିଗମ ଲାଭାଂଶ କୋଟିରେ ଉଲ୍ଲେଖ କରାଯାଇଥିଲା। ଏହି ଅନିଚ୍ଛାକୃତ ତ୍ରୁଟି ନେଇ ନିଗମ ଗୁରୁବାର ଗଣମାଧ୍ୟମକୁ ଅବଗତ କରାଇଥିଲେ। ଏଥିସହିତ ଲାଭାଂଶ ମୂଲ୍ୟକୁ କୋଟି ପରିବର୍ତ୍ତେ ଲକ୍ଷ ବୋଲି ଧରିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଛି ବାଘ-ଛେଳି ଖେଳ

ବାରିପଦା,୨୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ...

ଚାଷୀଙ୍କୁ ଘାରିଛି ଅଦିନିଆ ବର୍ଷା, ବିଲରେ ଲୋଟିଛି ପାଚିଲା ଧାନ

ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଗତ କିଛିଦିନ ଧରି ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାରେ ପାଚିଲା ଧାନ ପାଣି ବିଲରେ...

ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

କଟକ,୨୫ା୧୨ (କାର୍ତ୍ତିକ ସାହୁ): ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

୯ ରେ ପ୍ରଧାନମନ୍ତ୍ରୀ, ୧୦ରେ ରାଷ୍ଟ୍ରପତି ଆସିବେ

ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ ୮ରୁ ୧୦ ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି...

୬ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର

ବୋରିଗୁମ୍ମା, ୨୪।୧୨(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଲେ...

ଡିସେମ୍ବର ୩୦ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୪ା୧୨: ଆଗାମୀ ଡିସେମ୍ବର ୩୦ ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ...

ଇସ୍ତଫା ଦେଲେ ରଘୁବର ଦାସ, ରାଜନୀତିକୁ ପୁଣି ଫେରିବେ!

ଭୁବନେଶ୍ୱର,୨୪।୧୨: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା...

ଡା. ହରିବାବୁ କମ୍ଭମ୍ପତି ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ, ୨୪ା୧୨: ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri