କାଞ୍ଜିପାଣି ଘାଟିରେ ଓଲଟିଲା ବସ୍‌ : ୧୩ ଗୁରୁତର

କେନ୍ଦୁଝର,୨୦।୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା ବନ୍ତଳା ରାସ୍ତାର କାଞ୍ଜିପାଣି ଘାଟିରେ ରବିବାର ମଧ୍ୟାହ୍ନରେ ଏକ ଘରୋଇ ରିଜର୍ଭ ବସ ଓଲଟି ପଡି ୧୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଶିଶୁ ରହିଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର କିଛି ଲୋକ ଶ୍ରୀଜଗନ୍ନାଥ ନାମକ ଏକ ବସ ରିଜର୍ଭ କରି ତେଲକୋଇ ଥାନା କତରାପାଲି ଗ୍ରାମ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି।