Categories: ଗଞ୍ଜାମ

କାଟିଙ୍ଗିଆ ବନ୍ଦ ୪ର୍ଥ ଦିନରେ: ତହସିଲଦାରଙ୍କ ଅଧ୍ୟକ୍ଷତାରେ ଦ୍ୱିପାକ୍ଷିକ ଆଲୋଚନା

ଦାରିଙ୍ଗବାଡ଼ି,୨୫।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆରେ ଥିବା ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଜମି ଜବରଦଖଲ ଉଚ୍ଛେଦ ଦାବିରେ ଅଞ୍ଚଳବାସୀ ଶୁକ୍ରବାର ଠାରୁ କାଟିଙ୍ଗିଆ ବନ୍ଦ କରିଛନ୍ତି। ସୋମବାର ଏହା ଚତୁର୍ଥ ଦିନରେ ପହଞ୍ଚତ୍ଛି। ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ତହସିଲଦାର ନୀତିଶ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। କାଟିଙ୍ଗିଆ ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ବଞ୍ଚାଅ କମିଟିର ସଭାପତି ତଥା ସରପଞ୍ଚ କପିଳାଶ ମଲ୍ଲିକ, ସମ୍ପାଦକ ପ୍ରେମାନନ୍ଦ ବସ୍ତରାୟ, କୁମ୍ଭାରିଗାଁ ସରପଞ୍ଚ ସୁନାରସିଂ ମାଝୀ, ପ୍ରଧାନ ଶିକ୍ଷକ ଅଜୟ ରଣସିଂ, ଫେଲାୟ ଶୋଭାନାୟକ, ନିହାର ରଞ୍ଜନ ଦଣ୍ଡସେନା, ରମେଶ ମଲ୍ଲିକ ଉପସ୍ଥିତ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ବିଡିଓ ତ୍ରିଲୋଚନ ପାତ୍ର, ଆର୍‌ଆଇ ବିପିନ ବିହାରୀ ଭୁୟଁା, ବରିଷ୍ଠ କିରାଣୀ ଅଜିତ କୁମାର ପଟ୍ଟନାୟକ, ସୁପରଭାଇଜର ରାଧାମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ବନ୍ଦ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ବିଡିଓ ପାତ୍ର ଏବଂ ତହସିଲଦାର ତ୍ରିପାଠୀ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ଖୋଲିବା ଏବଂ ଆଇନକୁ ହାତକୁ ନନେବା ପାଇଁ କମିଟିକୁ ପରାମର୍ଶ ଦେଇଥିଲେ। ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଛି ୨୭ ତାରିଖରେ ଉଚ୍ଛେଦ କରାଯିବ ବୋଲି ସେ କମିଟିକୁ ଅବଗତ କରାଇଥିଲେ। ତେବେ କମିଟି କାଟିଙ୍ଗିଆ ଆସି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିବା ସହ ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ପ୍ରଶାସନକୁ ନିବେଦନ କରିଥିଲା। ବିଡିଓ ପାତ୍ର ଏବଂ ତହସିଲଦାର ତ୍ରିପାଠୀ ମଙ୍ଗଳବାର କାଟିଙ୍ଗିଆରେ ପ୍ରଶାସନ ପହଞ୍ଚତ୍ବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସୋମବାରରେ ବିଦ୍ୟାଳୟ ତାଲା ଖୋଲିବାକୁ ପ୍ରଶାସନ ପକ୍ଷରୁ ନିବଦେନକୁ କମିଟି ଅଗ୍ରାହ୍ୟ କରିଥିଲା।