କାଟିଙ୍ଗିଆ ଶାଖା ଡାକଘରୁ ଲୁଟପାଟ ଅଭିଯୋଗ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ।,୧୧।୯(ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଶାଖା ଡାକଘରୁ ଲୁଟୁପାଟ ସହ ଆସବାବପତ୍ର ଓ ବିଭିନ୍ନ ଯାନ୍ତ୍ରୀକ ସାମଗ୍ରୀ ଭଙ୍ଗାରୁଜା ନେଇ ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡ଼ି ଏସ୍‌ଆଇ ସଂଗ୍ରାମ ଜେନା କାଟିଙ୍ଗିଆରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତ। ଲୁଟ ସାମଗ୍ରୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ି ନ ଥିଲେ ସୁଦ୍ଧା ଡାକ କାର୍ଯ୍ୟାଳୟ କର୍ମଚାରୀଙ୍କ ଏକ ଜମିର ଦଲିଲ୍‌ ସମେତ କିଛି କାଗଜପତ୍ର ଦୁର୍ବୁତ୍ତ ନେଇଯାଇଛନ୍ତି। ପ୍ରକାଶ ଯେ, ଡାକ କର୍ମଚାରୀ ଅରୁଣ କୁମାର କାର୍ଜୀ ମଙ୍ଗଳବାର ଅପରାହ୍ନରେ କାଟିଙ୍ଗିଆ ନିକଟସ୍ଥ ଝିଞ୍ଜିରିଗୁଡାଠାରେ ଅନୁଷ୍ଠିତ ଯାତ୍ରା ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କାର୍ଯ୍ୟାଳୟର ପଛ କବାଟ ଭାଙ୍ଗି ଶାଖା ଡାକଘରେ ପଶିଥିଲେ। ତେବେ ଟଙ୍କା ନପାଇ ଭଙ୍ଗାରୁଜା କରିବା ସହ କାଗଜପତ୍ର ନେଇଥାଇ ପାରନ୍ତି ବୋଲି ଡାକକର୍ମଚାରୀ କାର୍ଜୀ କହିଛନ୍ତି। କାର୍ଯ୍ୟାଳୟ ବାହାରେ ସମସ୍ତ ଯାନ୍ତ୍ରୀକ ସାମଗ୍ରୀ ସହ କାଗଜ ପତ୍ର ପଡ଼ିଥିବା ଭୋର ଅରୁଣଙ୍କ ସମ୍ପର୍କୀୟ ଦେଖି ଜଣାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

Share