କାଟ୍ରିନା କୈଫ୍‌ ୩୬ ବର୍ଷରେ ପାଦ ଦେଲେ

ମୁମ୍ବାଇ,୧୬।୭: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ମଙ୍ଗଳବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୩ ଜୁଲାଇ ୧୬ରେ ହଂକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କାଟ୍ରିନା ଟ୍ୟୁରକ୍ୟୁଟେ ଥିଲା। ତେବେ ୨୦୦୩ରେ ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ବୁମ୍‌ରେ ଡେବ୍ୟୁ ସମୟରେ ନିର୍ମାତା ଆୟେଶା ଶ୍ରଫ୍‌ ତାଙ୍କ ନାମକୁ ପରିବର୍ତ୍ତନ କରି କାଟ୍ରିନା କୈଫ୍‌ ରଖିଥିଲେ। କାଟ୍ରିନା ଧର୍ମରେ ଭାରି ବିଶ୍ୱାସ କରନ୍ତି। ସେ ସିଦ୍ଧିବିନାୟକ ମନ୍ଦିର, ମୁମ୍ବାଇର ମାଉଣ୍ଟ ମେରୀ ଚର୍ଚ୍ଚ ତଥା ଅଜମେର ଦରଘାକୁ ଯାଇଥାନ୍ତି।

Share