Categories: ଜାତୀୟ

କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣ ଘୁଞ୍ଚିଲା: ନଭେମ୍ବର ୨୭କୁ ଅପେକ୍ଷା

ଶ୍ରୀହରିକୋଟା,୨୧।୧୧: କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣକୁ କେତେକ କାରଣରୁ ଘୁଞ୍ଚାଇ ଦିଆଯାଇଛି। ଏବେ ଏହା ନଭେମ୍ବର ୨୭ରେ କରାଯିବ। ତେବେ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୯ଟା ୨୮ରେ ଏହାର ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ନଭେମ୍ବର ୨୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ୧୪ଟି ଉପଗ୍ରହ ଉତ୍‌କ୍ଷେପଣ କରାଯିବାର ଯୋଜନା ଥିଲା। ପୂର୍ବାହ୍ନ ୯ଟା ୨୮ରେ ଉପଗ୍ରହଗୁଡ଼ିକୁ ପିଏସ୍‌ଏଲ୍‌ଭି-୪୭-ସି ଦ୍ୱାରା ଉତ୍‌କ୍ଷେପଣ କରାଯାଇଥାନ୍ତା। ତେବେ କେତେକ କାରଣରୁ ଏହାର ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଛି। କାଟ୍ରୋସାଟ୍‌-୩ ଦ୍ୱାରା ଭାରତୀୟ ପ୍ରତିରକ୍ଷା ବିଭାଗର ଶକ୍ତି ବୃଦ୍ଧି ପାଇବ। ଏହା ସୀମାରେ ଆତଙ୍କବାଦ ଗତିବିଧି ଉପରେ କଡ଼ା ନଜର ରଖିବ। ୧୫ ଶହ କିଲୋଗ୍ରାମ୍‌ ବିଶିଷ୍ଟ ଏହି ଉପଗ୍ରହକୁ ୫୦୯ କିଲୋମିଟର ଦୂରରେ ୯୭.୫ ଡିଗ୍ରୀରେ ପୃଥିବୀର କକ୍ଷପଥରେ ସ୍ଥାପନ କରାଯିବ।

Share