Categories: ଜାତୀୟ

କାଟ୍ରୋସାଟ-୩ ଉତ୍‌କ୍ଷେପଣ ପୂର୍ବରୁ ତିରୁମାଲା ଦର୍ଶନ କଲେ ଇସ୍ରୋ ମୁଖ୍ୟ

ତିରୁପତି,୨୬।୧୧: ଇସ୍ରୋ ମୁଖ୍ୟ କେ. ଶିବନ୍‌ ଭାରତର ଉପଗ୍ରହ କାଟ୍ରୋସାଟ-୩ ଉତ୍‌କ୍ଷେପଣ ପୂର୍ବରୁ ମଙ୍ଗଳବାର ତିରୁପତିସ୍ଥିତ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ଭଗବାନ୍‌ଙ୍କ ଆଶୀର୍ବାଦ ମଧ୍ୟ ଭିକ୍ଷା କରିଛନ୍ତି। ସୂଚନାମୁତାବକ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା କାଟ୍ରୋସାଟ୍‌-୩ ସହ ଆମେରିକାର ୧୩ଟି ଅନ୍ୟ ଛୋଟ ଉପଗ୍ରହ ମଧ୍ୟ ଉତ୍‌କ୍ଷେପଣ କରାଯିବ।

Share