କାଠଗଡାରେ ୧୨ ବଖରା ପୋଡିଗଲା

ସୋରଡା,୪ା୧୦(ଡି.ଏନ୍‌.ଏ.)- ସୋରଡା ବ୍ଲକ ଅସୁରବନ୍ଧ ଗ୍ରାମ ପଞ୍ଚାୟତ କାଠଗଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ନିଅଁା ଲାଗି ୪ ପରିବାରର ୧୨ ବଖରା ପୋଡି ପାଉଁଶ ହୋଇଯାଇଛି। ଦମକଳ ବାହିନୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲା। ତହସିଲଦାର ଅମର କୁମାର ବସନ୍ତରାୟ, ରାଜସ୍ବ ନିରୀକ୍ଷକ ବାବୁଲା ଦଳେଇ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି। ବିପନ୍ନମାନେ ହେଲେ ଚନ୍ଦ୍ରଶେଖର ପାତ୍ର, ସମୀର ପାତ୍ର, ହରିକୃଷ୍ଣ ପାତ୍ର, ଉପେନ୍ଦ୍ର ପାତ୍ର। ସେମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାମାଜିକକର୍ମୀ ମନୁ ଅଧିକାରୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।