କାଠଗଣ୍ଡିର ଜୀବଜନ୍ତୁ

କାଠଗଣ୍ଡିର ଅନେକ ସ୍ଥାପତ୍ୟ ଦେଖିଥିବେ। ସ୍ପେନର କଳାକାର ଗେରାର୍ଡ ମାସ୍‌ କରିଥିବା କଳାକୃତିର କଥା କିନ୍ତୁ ଭିନ୍ନ। ବଡ଼ ବଡ଼ ଗଛର ଗଣ୍ଡି କାଟି ତାକୁ ଖୋଦେଇ କରି ସ୍ଥାପତ୍ୟ ଗଢନ୍ତି। ଆଉ ତାକୁ ସାଣ୍ଡ ପେପର୍‌ରେ ଘଷି ମସୃଣ କରନ୍ତି। ସେ ବିଶେଷକରି ଜୀବଜନ୍ତୁଙ୍କର ହିଁ ସ୍ଥାପତ୍ୟ ତିଆରି କରିଥାଆନ୍ତି। ପ୍ରତିମୂର୍ତ୍ତିଗୁଡିକରେ ନିଆଁ ଲଗାଇ ସାମାନ୍ୟ ପୋଡି ସେ ସେମାନଙ୍କ ଶରୀରରେ ଥିବା କଳା ରଙ୍ଗର ଲୋମ ତିଆରି କରିଥାଆନ୍ତି। ଫଳରେ ସେସବୁ ଲାଗନ୍ତି ବେଶ୍‌ ଜୀବନ୍ତ।

Share