କାଠଭାଡ଼ିରୁ ୧ ନାଗୁଣୀ, ୫୫ ଅଣ୍ଡା ଉଦ୍ଧାର

ଭଣ୍ଡାରିପୋଖରୀ,୧୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ଡାହାଲା ଗ୍ରାମର ସୂର୍ଯ୍ୟମଣି ରାଉତଙ୍କ ବାଡ଼ିରେ ଥିବା କାଠଭାଡ଼ିରେ ସାପ ଥିବା ଶୁକ୍ରବାର ଜଣାପଡ଼ିଥିଲା। ଖବର ଦିଆଯିବା ପରେ ଭଦ୍ରକ ସାପ ଧରାଳି ସେକ ମିର୍ଜା ପହଞ୍ଚି ପାଞ୍ଚ ଫୁଟ ଲମ୍ବର ଏକ ନାଗୁଣୀ ସହ ୫୫ଟି ସାପ ଅଣ୍ଡା ଉଦ୍ଧାର କରିଛନ୍ତି। ଅନ୍ୟ ଏକ ନାଗ ଥିବା ସନ୍ଧେହ କରି ଖୋଜାଚାଲିଛି।