କାଠଯୋଡିରେ ବୁଡି ଘରୋଇ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ବାରଙ୍ଗ,୨୬ା୫(ଡି.ଏନ୍‌.ଏ.): କଟକସ୍ଥିତ ନରାଜ ଆନିକଟ ପାଖ କାଠଯୋଡିରେ ବୁଡି ରବିବାର ମଧ୍ୟାହ୍ନରେ ଜଣେ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ନିଖୋଜ ଅଛନ୍ତି। ସେ ହେଉଛନ୍ତି ଝାଡଖଣ୍ଡର ବିକି କୁମାର (୨୨)।
ସୂଚନାଯୋଗ୍ୟ, ବିକି ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ପାଖରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ ଛାତ୍ର। ସେ ରବିବାର ୧୨ଟାରେ ୪ ସହପାଠୀଙ୍କ ସହ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନେ ନରାଜମୁଣ୍ଡ ପଥରବନ୍ଧ ଆନିକଟ ପାଖରେ ଗାଧୋଇଉଥିବା ବେଳେ ବିକି ନିଖୋଜ ହୋଇଯାଇଥିଲା ା କିଛି ସମୟ ପରେ ବିକି ପାଣିରୁ ନ ଉଠିବାରୁ ସାଙ୍ଗମାନେ ପାଟି କରିଥିଲେ ା ସ୍ଥାନୀୟ ଯୁବକମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବରପାଇ ସିଡିଏରୁ କମଳକାନ୍ତ ସାମଲଙ୍କ ନେତୃତ୍ୱରେ ଏକ ସାତଜଣିଆ ଦମକଳବାହିନୀ କାଠଯୋଡିରେ ଖୋଜାଖୋଜି ଚଳାଇଛନ୍ତି।

Share