Categories: ଫୁରସତ

କାଠରେ ନିର୍ମିତ ୨୪ ମହଲା ବିଶିଷ୍ଟ ଅଟ୍ଟାଳିକା: ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି

ଗୋଟିଏ ଘର ତିଆରି ପାଇଁ ସିମେଣ୍ଟ, ପଥର ଗୋଡିଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଇଥାଏ। ହେଲେ ଏକ ଅଟ୍ଟାଳିକା ନିର୍ମାଣ ପାଇଁ ଏହାର ପିଲାରକୁ ଛାଡିଦେଲେ କେବଳ କାଠର ବ୍ୟବହାର ହୋଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଚିନ୍‌ର ଗୁଇଝୋଉ ପ୍ରାନ୍ତର ୟିଙ୍ଗଶାନ ସହରରେ ରହିଛି ୨୪ ମହଲା ବିଶିଷ୍ଟ ଏହି ଅଟ୍ଟାଳିକା। ଯାହାର ଉଚ୍ଚତା ୯୯.୯ ମିଟର। ଏହି ଅଟ୍ଟାଳିକାରେ କେବଳ କାଠ ବ୍ୟବହାର ହୋଇ ନିର୍ମାଣ କରାଯାଇଛି। ଏଥିରେ ୧୫୦ରୁ ଅଧିକ କୋଠରୀ ରହିଛି। ଅଟ୍ଟାଳିକାକୁ ଶକ୍ତ କରିବା ପାଇଁ ଏଥିରେ ଦେବଦାରୁ ଗଛର କାଠ ବ୍ୟବହାର ହୋଇଛି। କାନ୍ଥଠାରୁ ଆରମ୍ଭକରି ଛାତ ପର୍ଯ୍ୟନ୍ତ ସବୁକିଛି କେବଳ କାଠରେ ନିର୍ମିତ ହୋଇଛି।
ବର୍ତ୍ତମାନ ଏହି ଅଟ୍ଟାଳିକା ଖାଲିପଡ଼ିଛି। ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଏହାକୁ ନିର୍ମାଣ କରିଛନ୍ତି ଶିଳ୍ପୀ ସୁଇ ହଙ୍ଗ। ଏଥିପାଇଁ ତାଙ୍କୁ ୨ ବର୍ଷ ସମୟ ଲାଗିଛି। ୩ ବର୍ଷ ପୂର୍ବରୁ ସେ ଏହାର ଡିଜାଇନ୍‌ କରିସାରିଥିଲେ। ମାତ୍ର ଏହାର ରୂପରେଖ ପାଇଁ ୧ ବର୍ଷରୁ ଅଧିକ ସମୟ ଲାଗିଥିଲା।

Share