କାଠ ବୋଝେଇ ପିକ୍‌ଅପ୍‌ ଜବତ: ଜଣେ ଗିରଫ

କେନ୍ଦୁଝର,୨୬।୮(ସ୍ବ.ପ୍ର.): କେନ୍ଦୁଝର ସହର ଭାଲୁକି ପତଳା ସାହିରୁ ସୋମବାର ସକାଳେ ଟାଉନ ଥାନା ପୋଲିସ ଏକ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ କରିଛି। ଗାଡ଼ି ଚାଳକ ଶଙ୍ଖାଳି ମହାକୁଡ଼କୁ ପୋଲିସ ଧରି ବନବିଭାଗକୁ ହସ୍ତାନ୍ତର କରିଛି। ଶଙ୍ଖାଳିଙ୍କ ଘର ମୟୂରଭଞ୍ଜ ଜିଲା ଘୋସଦା ଅଞ୍ଚଳରେ ବୋଲି ଜଣାପଡିଛି। ଚୋରା କାଠ ମୟୂରଭଞ୍ଜ ଜିଲା ଚଢ଼େଇ ଭୋଳରୁ କେନ୍ଦୁଝରକୁ ଚାଲାଣ ହେଉଥିଲା। ରାଇସୁଆଁ ଗ୍ରାମର ଜଣେ କାଠ ମାଫିଆ ଏହି କାଠ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଜବତ କାଠର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି।