କାଡ଼ାନାଳ ଅବରୋଧ ପ୍ରତିବାଦ: କଟକ-ପାରାଦୀପ ରାସ୍ତାରୋକୋ

କଟକ ସଦର,୨୬।୮(ଡି.ଏନ୍‌.ଏ.): କିଶନନଗର ତହସିଲ ଅନ୍ତର୍ଗତ ବାରାହପାଟ କାଡ଼ାନାଳକୁ ଅବରୋଧମୁକ୍ତ କରିବା ଦାବିରେ ସୋମବାରଠାରୁ ଚାଷୀମାନେ କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି। ଏହି ନାଳକୁ ସଫା କରିବା ସହ ଅବରୋଧ ହଟାଇବା ପାଇଁ ଗତ ୩ ବର୍ଷ ହେବ ସ୍ଥାନୀୟ ତହସିଲଦାରଙ୍କୁ ଚାଷୀମାନେ ଅନୁରୋଧ କରିଆସୁଥିଲେ। ମାତ୍ର କିଛି ଫଳ ନ ମିଳିବାରୁ ରାସ୍ତାରୋକୋ ହୋଇଥିବା ଆନ୍ଦୋଳନକାରୀ କହିଛନ୍ତି। ଖବର ପାଇ କିଶନନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ କିଛି ଫଳ ମିଳି ନାହିଁ।