କାଦୁଅରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଦମ୍ପତି

ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି। ଏବେ କିନ୍ତୁ ବିବାହ ପୂର୍ବର ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀ ବେଶୀ ଗୁରୁତ୍ୱ ଦେଉଛନ୍ତି। ଯାହାକୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କୁହାଯାଏ। ନିକଟରେ କେରଳର ଜଣେ ଦମ୍ପତି ଏମିତି ଏକ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରିଛନ୍ତି ଯାହା କେବେ ହୋଇ ନ ଥିଲା ବୋଲି କୁହାଯାଏ। କେରଳର ଯୁବକ ଯୋଶେ ଓ ଆମେରିକାରେ ନର୍ସ ଥିବା ଅନିଶା ନିକଟରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରିଥିଲେ। ଆଉ ଏଥିପାଇଁ ସେ ଥିମ୍‌ ନେଇଥିଲେ କାଦୁଅ।

କାଦୁଅରେ ପସି ଏମାନେ ଯେଉଁ ଫଟୋ ଶୁଟ୍‌ କରିଥିଲେ ତାହା ଏବେ ସୋସିଆଲ ମିଡିଆରେ ଅପଲୋଡ ହେବାପରେ ଭାଇରାଲ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଏହାକୁ ୬ ଶହ ଲାଇକ୍‌ ମିଳିସାରିଥିବା ବେଳେ ୩ଶହରୁ ଅଧିକ ଥର ଶେୟାର ହୋଇ ସାରିଲାଣି। ଏହାକୁ ଶୁଟ୍‌ କରିଥିବା କମ୍ପାନୀ ବିନୁ ସିନ୍ସ ଓ୍ବେଡିଂ କୁହେ ଏହା ସମ୍ପୂର୍ଣ୍ଣ ନୂଆ ଥିମ୍‌। ଏପର୍ଯ୍ୟନ୍ତ ଏମିତି ଥିମ୍‌ରେ ସେ କାମ କରି ନାହାଁନ୍ତି। ହେଲେ ଏହା ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଛି ବୋଲି କମ୍ପାନୀ କହିଛି।

Share