Categories: ଫୁରସତ

କାଦୁଅ ଖାଲରେ ପଡ଼ିଥିବା ବ୍ୟକ୍ତିଙ୍କ ସହାୟତା ପାଇଁ ଓରାଙ୍ଗଉଣ୍ଟାନ୍‌ ବଢ଼ାଇଲା ହାତ

ବୋର୍ଣ୍ଣିଓ,୯।୨: ଅସୁବିଧା ପଡ଼ିଥିବାବେଳେ ସହାୟତା କରିବା ଗୁଣ ମଣିଷଙ୍କଠାରେ ଦେଖାଯାଇଥାଏ। ତେବେ ପ୍ରାଣୀଙ୍କ ମଧ୍ୟରେ ବି ଏଭଳି ଗୁଣ ଦୃଷ୍ଟି ଗୋଚର ହୋଇଥାଏ। ତେବେ ଜଣେ ମଣିଷ ଅସୁବିଧାରେ ପଡ଼ିଥିବାବେଳେ ଜଙ୍ଗଲୀ ପ୍ରାଣୀ ସହାୟତାର ହାତ ବଢ଼ାଇବା ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏଭଳି ଏକ ଘଟଣା ଇଣ୍ଡୋନେସିଆର ବୋର୍ଣ୍ଣିଓ ଜଙ୍ଗଲରେ ଦେଖିବାକୁ ମିଳିଛି। କାଦୁଅ ଖାଲରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କ ସହାୟତା ପାଇଁ ଏକ ଓରାଙ୍ଗଉଣ୍ଟାନ୍‌ ହାତ ବଢ଼ାଉଥିବାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭାରତୀୟ ଫଟୋଗ୍ରାଫର ଅନୀଲ ପ୍ରଭାକର ଏଭଳି ଫଟୋ ଉଠାଇଛନ୍ତି। ବ୍ୟକ୍ତି ଜଣକ ଜଙ୍ଗଲରେ ଥିବା ମାଙ୍କଡ଼ଙ୍କୁ ସାପ କବଳରୁ ସୁରକ୍ଷା ଦେବା ପାଇଁ କାଦୁଅ ଥିବା ଖାଲରେ ପଶିଥିଲେ। ବ୍ୟକ୍ତି ଜଣକ ସାପ ସନ୍ଧାନ କରୁଥିବାବେଳେ ତାଙ୍କ ସହାୟତା ଲାଗି ଓରାଙ୍ଗଉଣ୍ଟାନ୍‌ ହାତ ବଢ଼ାଇଥିଲା। ତେବେ ବ୍ୟକ୍ତି ଜଣକ ଓରାଙ୍ଗଉଣ୍ଟାନ୍‌ ହାତ ଧରି ନ ଥିଲେ ବୋଲି ଅନୀଲ କହିଛନ୍ତି।

Share