କାଦେ ମାଝୀଙ୍କ ହତ୍ୟାକାଣ୍ଡ ଘଟଣା:୯ ଅଭିଯୁକ୍ତ ଗିରଫ

ପାଟଣା,୩୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲପାହାଡ଼ି ଗ୍ରାମର ଭାଲୁଘରା ସାହିର ୫୫ ବର୍ଷୀୟ ବୃଦ୍ଧ କାଦେ ମାଝୀଙ୍କୁ ୧୬ହଜାର ଟଙ୍କା ପାଇଁ ଗତ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ଗାଁ ଦାଣ୍ଡରେ ହତ୍ୟାକରିବା ପରେ କାଦେଙ୍କ ଘର ସମ୍ମୁଖରେ ଫିଙ୍ଗି ଦେଇଥିଲେ। ମଙ୍ଗଳବାର ପାଟଣା ପୋଲିସ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୨ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବଳେ ସମ୍ପୃକ୍ତ ହତ୍ୟାକାଣ୍ଡ ମାମଲାରେ ବୁଧବାର ପାଟଣା ପୋଲିସ ଆଉ ୭ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଭାଲୁଘରା ଗ୍ରାମରେ ସମ୍ଭାବ୍ୟ ଉତ୍ତେଜନାକୁ ଆଖିଆଗରେ ରଖି କୁଣ୍ଡଳାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି

Share