କାନଫୁଲ ବି ଦୂର କରିଥାଏ ମହିଳାଙ୍କ ବହୁ ଶାରିରୀକ ସମସ୍ୟା…

ଶୃଙ୍ଗାର ଯୋଗୁ ମହିଳାଙ୍କ ସୌନ୍ଦର୍ଯ୍ୟ ଅଧିକ ବୃଦ୍ଧି ପାଇଥାଏ। ଭାରତୀୟ ସଂସ୍କୃତିରେ ଶୃଙ୍ଗାର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଅନ୍ତର୍ଗତ ମହିଳାମାନେ ବିଭିନ୍ନ ଅଳଙ୍କାର ପରିଧାନ କରିଥାନ୍ତି। କାନଫୁଲ ମହିଳାଙ୍କ ସୌନ୍ଦର୍ଯ୍ୟ ବଢାଇବା ସହିତ କେତେକ ସମସ୍ୟାରୁ ମହିଳାଙ୍କୁ ଦୂରେଇ ରଖିଥାଏ। କାନଫୁଲ ପିନ୍ଧାଯାଉଥିବା ସ୍ଥାନରେ ଥିବା ଆକ୍ୟୁପ୍ରେସର ପଏଣ୍ଟ୍‌ରେ ଚାପ ପଡ଼ିଥାଏ। ଏହାଯୋଗୁ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼େ। କାନଫୁଲ ପିନ୍ଧିବା ଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟା ଦୂର ହୁଏ। ମହିଳାମାନଙ୍କ କର୍ଣ୍ଣବେଧ ଓ କାନରେ ସୁନା ଲଗାଇବା ଫଳରେ ମହିଳାଙ୍କର ଏସବୁ ସମସ୍ୟା ଦୂର ହୋଇଥାଏ। ଏହାଯୋଗୁ ସ୍ମୃତିଶକ୍ତି ବୃଦ୍ଧି ପାଇବା ସହିତ ଆଖି, ଗଳା ଓ ନାକର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ଆକ୍ୟୁପ୍ରେସର ଅନୁସାରେ କର୍ଣ୍ଣବେଧ କରାଯାଉଥିବା ସ୍ଥାନର ଅଧ ଇଞ୍ଚ ଉପରକୁ ଆକ୍ୟୁପ୍ରେସର ପଏଣ୍ଟ ରହିଛି, ଯାହା କି ନାକ, ଆଖି, ମେରୁଦଣ୍ଡ ଓ ଗଳା ସହ ସମ୍ପୃକ୍ତ। କେବଳ ଭାରତ ନୁହେଁ ଚାଇନା, ଜାପାନ ସମେତ ଇଜିପ୍ଟ ଆଦିର ପ୍ରାଚୀନ ସଭ୍ୟତାରେ କର୍ଣ୍ଣବେଧ ପରମ୍ପରା ରହିଥିଲା। ତେଣୁ ସେତେବେଳେ ମଧ୍ୟ ଚିକିତ୍ସା ଶାସ୍ତ୍ର ବିକଶିତ ଥିବା ଗବେଷକ କହିଥାନ୍ତି। ସୁନା କାନଫୁଲ ପିନ୍ଧିଲେ ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ। ସେହିପରି ରୁପା କାନଫୁଲ ମନରେ ସଞ୍ଜମତା ଆଣିଥାଏ । କାନଫୁଲରେ ବିଭିନ୍ନ ରତ୍ନପଥର ବ୍ୟବହାର ଦ୍ୱାରା ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। କାନଫୁଲରେ ମାଣିକର ବ୍ୟବହାର ଦ୍ୱାରା ମାସିକ ଚକ୍ରଜନିତ ସମସ୍ୟା ଦୂର ହେଉଥିବା ବେଳେ ପାନ୍ନାର ବ୍ୟବହାର କଲେ ଏହା ଗର୍ଭପାତରୁ ସୁରକ୍ଷା ଦେଇଥାଏ।