Categories: ଖେଳ

କାନାଡ଼ା ଓପନ୍‌: ସେମିରେ କାଶ୍ୟପ

କାଲଗାରି,୬।୭(ପିଟି)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କାନାଡ଼ା ଓପନ୍‌ ସୁପର ୧୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ୬ଷ୍ଠ ସିଡ୍‌ କାଶ୍ୟପ ଫ୍ରାନ୍ସର ଲୁକାସ କ୍ଲାଏରବାଉଟଙ୍କୁ ୧୨-୨୧, ୨୩-୨୧, ୨୪-୨୨ ଗେମ୍‌ରେ ହରାଇ ଦେଇଛନ୍ତି। ବିଜୟ ପାଇଁ ତାଙ୍କୁ ଏକ ଘଣ୍ଟା ୧୬ ମିନିଟ୍‌ ଲାଗିଥିଲା। ଚଳିତ ବର୍ଷ ଇଣ୍ଡିଆ ଓପନ୍‌ ସୁପର ୫୦୦ ଟୁର୍ନାମେଣ୍ଟ ଫାଇନାଲିଷ୍ଟ କାଶ୍ୟପ ପରବର୍ତ୍ତୀ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେର ଓ୍ବାଙ୍ଗ୍‌ ଜୁ ଓ୍ବେଇଙ୍କୁ ଭେଟିବେ। ଓ୍ବାଙ୍ଗ୍‌ଙ୍କୁ ଭାରତୀୟ ଖେଳାଳି ପୂର୍ବରୁ ଦୁଇଥର ହରାଇ ସାରିଛନ୍ତି। ଚାଇନିଜ ତାଇପେ ଖେଳାଳିଙ୍କୁ ଏଥର ପରାସ୍ତ କରିବାରେ ସଫଳ ହେଲେ ସେ ଚଳିତ ବର୍ଷର ପ୍ରଥମଥର କୌଣସି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଜାତୀୟ ଚାମ୍ପିୟନ ସୌରଭ ବର୍ମା କ୍ୱାର୍ଟର ଫାଇନାଲ ବାଧା ଅତିକ୍ରମ କରିବାରେ ସଫଳ ହୋଇନାହାନ୍ତି। ତାଙ୍କୁ ୧୫-୨୧, ୧୧-୨୧ ଗେମ୍‌ରେ ଚାଇନାର ଲି ଶି ଫେଙ୍ଗ୍‌ ପରାସ୍ତ କରିଛନ୍ତି।

Share