କାନାଡାରୁ ଭାରତ ଆସିବାବେଳେ ମାତ୍ର ୫ ହଜାର ଟଙ୍କା ଆଣି ଆସିଥିଲେ ଏହି ଅଭିନେତ୍ରୀ, ଏବେ କୋଟିପତି

କାନାଡାର ଜଣେ ଅଭିନେତ୍ରୀ ଯେତେବେଳେ ଭାରତ ଆସିଥିଲେ ସେତେବେଳେ ସାଥୀରେ ଚଳିବା ପାଇଁ କିଛି ଟଙ୍କା ଆଣିଥିଲେ। ଯେଉଁ ଟଙ୍କାରେ ଚଳିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଥିଲା। କିଛିଦିନ ପରେ ସେ ବଲିଉଡ୍‌ ଫିଲ୍ମରେ ଅଭିନୟ କରିବା ସୁଯୋଗ ପାଇଲେ। ସେବେଠାରୁ ଆଉ ପଛକୁ ଫେରିନାହାନ୍ତି। ସେ ଆଉ କେହି ନୁହନ୍ତି, ଡ୍ୟାନ୍ସର, ମଡେଲ ତଥା ଅଭିନେତ୍ରୀ ନୋରା ଫତେହି । ସେ ୨୦୧୪ରେ ଫିଲ୍ମ ‘ରୋର୍‌ : ଟାଇଗର ଅଫ୍‌ ଦ ସୁନ୍ଦରବଂଶ’ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ କେତେକ ହିନ୍ଦୀ ଏବଂ ଦକ୍ଷିଣଭାରତ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ‘ବାହୁବଳୀ ଦ ବିଗ୍‌ନିଙ୍ଗ୍‌’ରେ ଖୁବ୍‌ ସୁନ୍ଦର ଅଭିନୟ କରି ନୋରା ଦର୍ଶକ ଦୃଦୟ ଜିତି ଯାଇଥିଲେ।

ସେହିପରି ଫିଲ୍ମ ‘ସତ୍ୟମେବ ଜୟତେ’ରେ ଦିଲ୍‌ବର ଦିଲ୍‌ବର, ସ୍ତ୍ରୀରେ ‘କମରିୟା’ ଏବଂ ବଟ୍‌ଲା ହାଉସ୍‌ରେ ‘ଓ ସାଫି ସାଫି’ ଗୀତରେ କରିଥିବା ଡ୍ୟାନ୍ସ ବଲିଉଡ୍‌ରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏକ ସାକ୍ଷାତକାରରେ ନୋରା କହିଛନ୍ତି, ସେ ଯେତେବେଳେ କାନାଡ଼ାରୁ ଭାରତ ଆସିଲେ ସେତେବେଳେ ମାତ୍ର ୫ ହଜାର ଟଙ୍କା ସାଥୀରେ ଆଣି ଆସିଥିଲେ। ପ୍ରଥମେ ଗୋଟିଏ ଏଜେନ୍ସିରେ କାମ କରି ସେଥିରୁ ପ୍ରତି ସପ୍ତାହରେ ୩ ହଜାର ଟଙ୍କା ରୋଜଗାର କରୁଥିଲେ। ଯେଉଁଥିରେ ଚଳିବା ବହୁ କଷ୍ଟ ଥିଲା। ତେଣୁ ଦେଖିଚାହିଁ ଖର୍ଚ୍ଚ କରିବାକୁ ପଡୁଥିଲା। ଆଜି ଏହି ଅଭିନେତ୍ରୀ ବଲିଉଡ୍‌ରେ କୋଟିପତି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।

Share