କାନାଡାର ନାଗରିକତା ଛାଡିବେ ଅକ୍ଷୟ

ମୁମ୍ବାଇ,୭।୧୨: ପାଖାପାଖି ୭ ବର୍ଷ ତଳେ ଭାରତର ନାଗରିକତା ଛାଡି କାନାଡା ନାଗରିକତା ଗ୍ରହଣ କରିଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ପୁଣି ଥରେ ଭାରତର ନାଗରିକତା ଗ୍ରହଣ କରିବେ ବୋଲି କହିଛନ୍ତି। ଶୁକ୍ରବାର ହିନ୍ଦୁସ୍ତାନ ଟାଇମ୍ସର ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି। ଏବେ ସେ ଭାରତର ନାଗରିକତା ପାଇଁ ଆବେଦନ ମଧ୍ୟ କରି ସାରିଥିବା ପ୍ରକାଶ କରିଛନ୍ତି। କାହିଁକି ସେ କାନାଡାର ନାଗରିକତା ଗ୍ରହଣ କରିଥିଲେ ବୋଲି ପ୍ରଶ୍ନ କରାଯିବାରୁ ସେ ଏହାର ଉତ୍ତର ମଧ୍ୟ ରଖିଛନ୍ତି। ଅକ୍ଷୟ କହିଛନ୍ତି ବଲିଉଡ୍‌ରେ ଏକାବେଳେ ତାଙ୍କର ପ୍ରାୟ ୧୪ଟି ଫିଲ୍ମ ଫ୍ଲପ୍‌ ହେବା ପରେ ସେ ଏଥିରୁ ଆଶା ଛାଡି ଦେଇଥିଲେ। ଅନ୍ୟକିଛି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ସମୟରେ କାନାଡାରେ ରହୁଥିବା ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସେଠାକୁ ଯାଇ କିଛି କାମ ଆରମ୍ଭ କରିବାର ଯୋଜନା କରିଥିଲେ। ଏଥିପାଇଁ ସେ କାନାଡାର ନାଗରିକତା ଗ୍ରହଣ କରିଥିଲେ ବୋଲି କହିଛନ୍ତି। ହେଲେ ତାଙ୍କ ହାତରେ ଥିବା ଆଉ ୨-୩ଟି ଫିଲ୍ମ ସାରି ସେ କାନାଡା ଯିବାକୁ ଚାହୁଁଥିବା ବେଳେ ତାଙ୍କର ୧୫ ନମ୍ବର ଫିଲ୍ମ ହିଟ୍‌ ହୋଇ ଯାଇଥିଲା ଓ ସେ ଭାରତରେ ରହି ଯାଇଥିଲେ। ଆଉ ଏବେ କାର୍ଯ୍ୟବ୍ୟସ୍ତତା ଭିତରେ କାନାଡା ନାଗରିକତା ଛାଡିବା କଥା ମଧ୍ୟ ଭୁଲି ଯାଇଥିବା ପ୍ରକାଶ କରିଛନ୍ତି।

Share