କାନାଡା ପହଞ୍ଚିଲେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୧: ରାଜପଦ ଛାଡିବା ପରେ ପ୍ରିନ୍ସ ହ୍ୟାରୀ ନିଜ ପତ୍ନୀ ଓ ପୁଅଙ୍କ ସହ ଆମେରିକା ପହଞ୍ଚିଥିବା ଖବର ମିଳିଛି। ସ୍ବାଧୀନ ଭାବେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିବା ଏହି ଦମ୍ପତି ଶେଷରେ କାନାଡା ପହଞ୍ଚିଥିବା ବେଳେ ବିମାନ ବନ୍ଦରରେ ତାଙ୍କୁ ଦେଖିବାକୁ ମିଳିଛି। କାନାଡା ଯିବାଲାଗି ମହାରାଣୀ ଏଲିଜାବେଥ ତାଙ୍କୁ ପୂର୍ବରୁ ଅନୁମତି ପ୍ରଦାନ କରିଥିଲେ। ରାଜ ପରିବାରର ସମସ୍ତ କର୍ତ୍ତବ୍ୟ ପୂରଣ କରିବା ପରେ ସୋମବାର ସନ୍ଧ୍ୟାରେ ଏମାନେ କାନାଡା ଗସ୍ତ କରିଥିବା ବ୍ରିଟେନର ଡେଲି ଟେଲିଗ୍ରାଫ ଖବର କାଗଜରେ ପ୍ରକାଶ ପାଇଛି। ରାଜ ପରିବାର ଛାଡିବା ପରେ ଏମାନେ କାନାଡାରେ ରହିବାକୁ ପସନ୍ଦ କରୁଥିବାରୁ କାନାଡା ଚାଲିଯାଇଥିବା ଜଣାପଡିଛି।

Share