Categories: ବାଣିଜ୍ୟ

କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ପଦକ୍ଷେପ

ଭୁବନେଶ୍ୱର, ୧।୪: କୋଭିଡ୍‌-୧୯ ଲାଗି କାନାରା ବ୍ୟାଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ଲକ୍‌ଡାଉନ ସମୟରେ ଗ୍ରାହକଙ୍କୁ ନିରନ୍ତର ବ୍ୟାଙ୍କ ସେବା ଯୋଗାଣ ଦିଗରେ ବ୍ୟାଙ୍କ ଯୋଗଦାନ ରଖି ଆସିଛି। ବ୍ୟାଙ୍କର ଏଟିଏମ୍‌ଗୁଡିକ ଖୋଲା ରହିଥିବା ବେଳେ ଏଟିଏମ୍‌ଗୁଡିକର ରହୁଥିବା ତ୍ରୁଟିକୁ ସୁଧାରିବା ସହ ଲୋକଙ୍କ ନିକଟରେ କିଭଳି କ୍ୟାଶ ସୁବିଧାରେ ପହଞ୍ଚିବ ତାକୁ ଧ୍ୟାନରେ ରଖାଯାଇଛି। କୋଭିଡ୍‌-୧୯ ଲାଗି ସତର୍କତା ଗ୍ରହଣ ପୂର୍ବକ ବ୍ୟାଙ୍କର କର୍ମଚାରୀମାନେ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ,ଗ୍ଲୋଭସ ଏବଂ ସାନିଟାଇଜର ବ୍ୟବହାରକୁ ପ୍ରାଥମିକତା ଦେଉଛନ୍ତି। ଶାଖା ଭିତ୍ତିରେ ମଧ୍ୟ ସତର୍କତା ପଦକ୍ଷେପ ଅବଲମ୍ବନ କରାଯାଉଛି। ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ ଦ୍ୱାରା ସେବା ଯୋଗାଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେହିଭଳି ଲୋକଙ୍କ ନିକଟରେ ଡିବିଟି ମାଧ୍ୟମରେ ପହଞ୍ଚୁଥିବା ଅର୍ଥକୁ ସୁବିଧାରେ ଯୋଗାଣ ନେଇ କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।

Share