ଭୁବନେଶ୍ୱର,୩। ୫: କୋଭିଡ-୧୯କୁ ଧ୍ୟାନରେ ରଖି କାନାରା ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ବ୍ୟାଙ୍କର ଗ୍ରାହକ ଏବଂ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା, ହ୍ୟାଣ୍ଡ ସାନିଟାଇଜର ଏବଂ ହ୍ୟାଣ୍ଡ ଗ୍ଲୋଭସ ବ୍ୟବହାର କରିବାକୁ କୁହାଯାଇଛି। ବ୍ୟାଙ୍କର ଏଟିଏମ୍ଗୁଡିକୁ ବାରମ୍ବାର ବିଶୋଧନ କରାଯାଉଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ଲୋକଙ୍କୁ ସଚେତନ କରାଯାଉଛି। ଭୁବନେଶ୍ୱରରେ ମୋବାଇଲ ଏଟିଏମ୍ ବ୍ୟବସ୍ଥା କରାଯାଇଛି। ବ୍ୟାଙ୍କର ପ୍ରତ୍ୟେକ କର୍ମଚାରୀଙ୍କୁ ଗୋଟିଏ ଦିନର ବେତନ ପ୍ରାୟ ୧୫ କୋଟି ଟଙ୍କା ପିଏମ୍ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଛି। କରୋନା ଭୂତାଣୁ ବିରୋଧରେ ମିଳିତ ଭାବେ ଲଢିବା ଲାଗି ବ୍ୟାଙ୍କର ଜେନେରାଲ ମ୍ୟାନେଜର ଶ୍ରୀକାନ୍ତ ମହାପାତ୍ର ଆହ୍ବାନ ଜଣାଇଛନ୍ତି।