କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଦାବିରେ ଧାରଣା

ଭଦ୍ରକ ଅଫିସ,୬।୨: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଜନ୍ମମାଟି ଭଦ୍ରକରେ ଜିଲା ପ୍ରଶାସନ ଉଚିତ ସମ୍ମାନ ପ୍ରଦର୍ଶନ କରୁ ନ ଥିବା ଅଭିଯୋଗ ହୋଇଛି। ଭଦ୍ରକ ବାଇପାସ ଛକଠାରେ ଦୀର୍ଘବର୍ଷ ଧରି ସ୍ଥାପିତ ହୋଇଥିବା ଲକ୍ଷ୍ମୀକାନ୍ତ ପ୍ରତିମୂର୍ତ୍ତିକୁ କେହି ଦୁବୃର୍ତ୍ତ ଦୁଇ ବର୍ଷ ହେବ ତାଡି ନେଇଥିଲେ। ମଙ୍ଗଳବାର ସକାଳେ ପ୍ରତିମୂର୍ତ୍ତିର ପୁନଃସ୍ଥାପନ ଦାବିରେ ଲଷ୍ମୀଧର ବିଶ୍ୱାଳ ନାମକ ଜଣେ ସାମାଜିକ କର୍ମୀ ଉକ୍ତ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଛନ୍ତି। ପ୍ରତିମୂର୍ତ୍ତି ସ୍ଥାପନ ନ ହେବା ପର୍ଯ୍ୟନ୍ତ ସେ ଧାରଣା ଦେବେ ବୋଲି କହିଛନ୍ତି। ଏହାକୁ ସହରବାସୀ ସମର୍ଥନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କାନ୍ତକବିଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସାରା ଗାଇ କରୋନା ଯୋଦ୍ଧiଙ୍କୁ ଉତ୍ସାହିତ କରିଥିବା ବେଳେ ନିଜ ଜନ୍ମମାଟି ଭଦ୍ରକରେ ଏଭଳି ଅସମ୍ମାନ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ବିଶ୍ୱାଳ କହିଛନ୍ତି ।
ପ୍ରକାଶ ଯେ, ଉକ୍ତ ପ୍ରତିମୂର୍ତ୍ତି ପୁନଃସ୍ଥାପନ ପାଇଁ ସହରର ବହୁ ବୁଦ୍ଧିଜୀବୀ ଦୁଇବର୍ଷ ଧରି ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନାହିଁ।