କଣ୍ଟାମାଳ,୭।୯(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ପରାଗାଁରେ କାନ୍ଥପଡି ଶନିବାର ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଚନ୍ଦ୍ରକଳା ସାହୁ। ଗୁରୁତର ସୁଦେଷ୍ଣା ଦଣ୍ଡୁୁଆସୀ।
ସୂଚନାଯୋଗ୍ୟ, ଚନ୍ଦ୍ରକଳା ସୁଦେଷ୍ଣାଙ୍କ ଘରକୁ ଆସିଥିଲେ ଉଭୟ ବାରଣ୍ଡାରେ ବସି କଥା ହେଉଥିବା ସମୟରେ କାନ୍ଥ ପଡିଥିଲା। ଏଥିରେ ପାଖରେଥିବା ସୁଦେଷ୍ଣାଙ୍କ ୩ ବର୍ଷର ଶିଶୁ ପୁତ୍ର ଓଁକାର ଅଳ୍ପକେ ବର୍ତ୍ତି ଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲ ନିଆଯାଉଥିଲା। ମାତ୍ର ରାସ୍ତାରେ ଚନ୍ଦ୍ରକଳାଙ୍କର ମୃତ୍ୟୁ ଘଟିଛି। ସୁଦେଷ୍ଣାଙ୍କୁ ପ୍ରଥମେ ସୋନପୁର ପରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଚନ୍ଦ୍ରକଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇ ଥିବା ଜଣାପଡିଛି।