ଆଳି,୨୫।୧୦(ଡି.ଏନ୍.ଏ.): ଲଗାଣବର୍ଷା ଯୋଗୁ ଗୁରୁବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ଧୋୟା ଅଞ୍ଚଳର ଗଣେଶ୍ବରପୁର ନୂଆସାହି ଗ୍ରାମରେ କାନ୍ଥପଡ଼ି ସ୍ବାମୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ କୈଳାସ ସାମଲ(୬୫)। ତାଙ୍କ ସ୍ତ୍ରୀ କମଳା(୬୦) ଆହତ ହୋଇଛନ୍ତି। ଏହି ବୃଦ୍ଧ ଦମ୍ପତିଙ୍କର ଦୁଇ ପୁଅ ପେଟ ପୋଷିବା ପାଇଁ ଆଳି ବାହାରେ ଅଛନ୍ତି।