କାନ୍ଥ ଖୋଳି ମୋବାଇଲ ଫୋନ ଲୁଟିନେଲେ

ଭଞ୍ଜନଗର,୨୫।୫(ଡି.ଏନ.ଏ.)- ତାରସିଂ ଥାନା ଗାଲେରୀ ମୁଖ୍ୟ ସଡକରେ ଥିବା ଏକ ମୋବାଇଲ ଦୋକାନରୁ ଶୁକ୍ରବାର ରାତିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ପଛପଟ କାନ୍ଥ ଖୋଳି ପ୍ରାୟ ୪୦ ମୋବାଇଲ ଫୋନ ଓ ନଗଦ ପ୍ରାୟ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏଥିସହ ସିମ୍‌କାର୍ଡ, ଚାର୍ଜର ଅନ୍ୟାନ୍ୟ ଜିନିଷ ଚୋରି ହୋଇଯାଇଛି। ଦୋକାନ ମାଲିକ ସୀମାଞ୍ଚଳ ମିଶ୍ର ଶନିବାର ଗାଲେରୀ ଫାଣ୍ଡିରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଅପରାହ୍ନରେ ଛତ୍ରପୁରରୁ ଆସିଥିବା ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରି ଫେରିଯାଇଛି। ଦୁର୍ବୃତ୍ତମାନଙ୍କ ସମ୍ପର୍କରେ ସାଇଣ୍ଟିଫିକ୍‌ ଟିମ୍‌ ସୁରାକ ପାଇଥିବା କୁହାଯାଉଛି। ପୋଲିସ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ସୀମାଞ୍ଚଳ ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସକାଳୁ ଫେରି ଦେଖିବାବେଳକୁ ଦୋକାନ ପଛପଟୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ।

Share