କାନ୍ଥ ପଡ଼ି ଯୁବକ ଗୁରୁତର : ଚିକିତ୍ସାଳୟରେ ଭର୍ତ୍ତି

ଆନନ୍ଦପୁର,୨୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୩ ନଂ. ଓ୍ବାର୍ଡ ଜଅଁରା ଗ୍ରାମରେ କାନ୍ଥ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ଷାରେ ମାଟି କାନ୍ଥ ଦୁର୍ବଳ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜଅଁରା ଗ୍ରାମର ଦୋଳଗୋବିନ୍ଦ ଜେନାଙ୍କ ପୁଅ ଦୀପକ(୩୨) ବୁଧବାର ଘରେ ବସିଥିବା ସମୟରେ କାନ୍ଥ ତାଙ୍କ ଉପରେ ପଡ଼ିଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।