କାନ୍ଦିଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌

ଲଭ ଆଜ୍‌କାଲ-୨ ଶୁଟିଂ ଶେଷରେ ନିର୍ଦ୍ଦେଶକ ଇମତିଆଜ୍‌ ଅଲ୍ଲୀଙ୍କୁ ଧରି କାନ୍ଦିଛନ୍ତି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେବଳ କାର୍ତ୍ତିକ ନୁହେଁ, ଫିଲ୍ମର ସବୁ କଳାକାର ଶୁଟିଂ ଶେଷରେ ଭାବବିହ୍ବଳ ହୋଇପଡିଛନ୍ତି। କାର୍ତ୍ତିକ ନିଜ ଇନଷ୍ଟାଗ୍ରାମରେ ଶୁଟିଂ ବେଳର ଏକ ଫଟୋ ଶେୟାର କରି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କୁ ପ୍ରଶଂସା କରି ଆଗକୁ ତାଙ୍କ ସହ ଆହୁରି କାମ କରିବା ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି। ଲଭ ଆଜ୍‌କାଲ୍‌-୨ରେ କାର୍ତ୍ତିକ ଏବଂ ସାରା ପ୍ରଥମଥର ପାଇଁ ଅନ୍‌ସ୍କ୍ରିନ୍‌ରେ ନଜର ଆସିବେ। ଫିଲ୍ମଟି ୨୦୨୦ ମସିହା ଫେବୃଆରୀ ୧୪ରେ ରିଲିଜ୍‌ ହେବ। ୨୦୦୯ରେ ଆସିଥିବା ଫିଲ୍ମ ଲଭ ଆ୍ଜ୍‌କାଲ୍‌ର ସ୍ବିକ୍ୱେଲ ବୋଲି ଜଣାପଡିଛି। ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ୍‌, ଋଷି କପୁର, ଦିପିକା ପାଦ୍ୟୁକୋନ ମୁଖ୍ୟ ଭୂମିକା ନିଭାଇ ଥିଲେ।

Share