Categories: ଜାତୀୟ

କାନ୍ଦିଲେ ମୁଖ୍ୟମନ୍ତ୍ରୀ ବାଘେଲା

ରାୟପୁର,୩୦।୬: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା କାନ୍ଦିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଶନିବାର ସେ ଯେତେବେଳେ ରାଜ୍ୟ କଂଗ୍ରେସର ଦାୟିତ୍ୱ ମୋହନ ମାର୍କମଙ୍କୁ ଅର୍ପଣ କରିଥିଲେ ସେତେବେଳେ କାନ୍ଦି ପକାଇଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ମୋହନ ମାର୍କମଙ୍କୁ ଛତିଶଗଡ଼ କଂଗ୍ରେସର ଦାୟିତ୍ୱ ଦିଆଯାଇଥିଲା। ଏହି ଅବସରରେ ବାଘେଲା କର୍ମୀଙ୍କୁ ଧନ୍ୟବାଦ ଦେବା ସମୟରେ ପୋଟିୟମ ଉପରେ ଥାଇ ତାଙ୍କ ଆଖି ଲୁହରେ ଭିଜି ଯାଇଥିବା ଦେଖିବାକୁ ମିଳିଥିଲା।

Share