ବୁଏନ୍ସ ଏରିଜ,୨୧ା୫- ଆର୍ଜେଣ୍ଟିନା ଫୁଟ୍ବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ବାମ କାନ୍ଧରେ ଅସ୍ତ୍ରୋପଚାର କରାଇବେ। ଏ ନେଇ ୫୮ ବର୍ଷୀୟ ପୂର୍ବତନ ଷ୍ଟାର ଆର୍ଜେଣ୍ଟିନା ରାଜଧାନୀ ବୁଏନ୍ସ ଏରିଜ ଗସ୍ତ କରିବେ। ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେଇଛନ୍ତି। ମେକ୍ସିକୋରେ ସେ ଦ୍ୱିତୀୟ ସ୍ତରୀୟ କ୍ଲବ ଡରାଡସ ଦଳର କୋଚ୍ ପଦରେ ଅଛନ୍ତି। ଫିଟ୍ ହେବା ପରେ ୧୯୮୬ ବିଶ୍ୱକପ୍ ଚାମ୍ପିୟନ ମେକ୍ସିକୋ ଫେରି ନିଜ ଦାୟିତ୍ୱ ସମ୍ଭାଳିବେ। ମାରଡୋନାଙ୍କ ନେତୃତ୍ୱରେ ଡରାଡସ ଅଳ୍ପକେ ଗତ ଦୁଇ ବର୍ଷ ହେଲା ପ୍ରଥମ ସ୍ତରୀୟ ଲିଗ୍ରେ ପ୍ରବେଶ କରିବାକୁ ବଞ୍ଚତ୍ତ ହୋଇଛି।