କାନ୍ସରେ ଚମକିଲେ ନୀଳନୟନା

ଫ୍ରାନ୍ସରେ ଚାଲିଥିବା କାନ୍ସ ଫେଷ୍ଟିଭାଲ୍‌ରେ ବଲିଉଡ୍‌ର ନାମୀଦାମୀ ଅଭିନେତ୍ରୀମାନେ ସେମାନଙ୍କର ଜଲ୍‌ଓ୍ବା ଦେଖାଇ ସାରିଛନ୍ତି। ଦୀପିକା ପାଦୁକୋନ୍‌, ପ୍ରିୟଙ୍କା ଚୋପ୍ରା, ହୀନା ଖାନ୍‌, ମଲ୍ଲିକା ଶ୍ୱେରାଓ୍ବତ୍‌, ଡାଏନା ପେଣ୍ଟି ପ୍ରମୁଖ କାନ୍ସରେ ଯୋଗ ଦେଇଥିଲେ ହେଁ ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ଅପେକ୍ଷା କରି ରହିଥିଲେ ଦର୍ଶକ। ଯେତେବେଳେ ରେଡ୍‌ କାର୍ପେଟ ଉପରେ ଐଶ୍‌ ଚାଲି କି ଆସିଲେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ଐଶ୍ୱର୍ଯ୍ୟା ଏଲୋ ଏବଂ ଗ୍ରୀନ୍‌ କଲର ଫିସ୍‌କଟ୍‌ ଗାଉନ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

ତାଙ୍କ ସହ ଝିଅ ଆରାଧ୍ୟା ମଧ୍ୟ ଫେଷ୍ଟିଭାଲରେ ପହଞ୍ଚିଥିଲେ। ଆରାଧ୍ୟା ଐଶ୍ୱର୍ଯ୍ୟାଙ୍କ ସହ ମ୍ୟାଚ୍‌ କରି ଡ୍ରେସ ପିନ୍ଧି କୁନି ପରୀ ପରି ଲାଗୁଥିଲେ। ୨୦୦୨ ମସିହାରୁ ନୀଳନୟନା ପ୍ରତିବର୍ଷ କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇଆସୁଛନ୍ତି। ଫିଲ୍ମ ଦେବଦାସର ପ୍ରମୋଶନ ପାଇଁ ଐଶ୍ୱର୍ଯ୍ୟା କାନ୍ସ ଯାଇଥିଲେ। ତାଙ୍କ ସହ କୋ-ଷ୍ଟାର ଶାହାରୁଖ୍‌ ଏବଂ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀ ମଧ୍ୟ ସେତେବେଳେ ଯାଇଥିଲେ।

Share