Advertisement

କାବୁଲରେ ଆଇଇଡି ବିସ୍ଫୋରଣ

କାବୁଲ,୨୭।୫:ଆଫଗାନୀସ୍ତାନ କାବୁଲରେ ସୋମବାର ଆଇଇଡି ବିସ୍ଫୋରଣରେ ଏକ ବସ୍‌ ଧ୍ୱଂସ ହୋଇଯାଇଛି। ଏହି ଘଟଣାରେ ୧୦ ଲୋକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଧାର୍ମିକ ତଥା ହଜ୍‌ ମନ୍ତ୍ରଣାଳୟର ବସ୍‌କୁ ଟାର୍ଗେଟ୍‌ କରାଯାଇଥିବା କୁହାଯାଉଛି। ପୂର୍ବରୁ ରବିବାର ଏଠାକାର କର୍ତ-ଇ-ସାକି ଅଞ୍ଚଳରେ କିଛି ଅଜ୍ଞାତ ବନ୍ଧୁକଧାରୀ ଗୋଟିଏ ପରିବାରର ୭ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ପୁଣି ଆଇଇଡି ବିସ୍ଫୋରଣ ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିବା ପ୍ରଶାସନ କହିଛି। ଏହି ଘଟଣାର ତଦନ୍ତ ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share