Advertisement

କାବୁଲରେ କାର୍‌ ବୋମା ବିସ୍ଫୋରଣ, ୧୦ମୃତ

କାବୁଲ,୫।୯: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗୁରୁବାର ସକାଳେ କାର୍‌ ବୋମା ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ଶାସଦରାକ ଅଞ୍ଚଳରେ ଘଟିଥିବା ବେଳେ ଏହା ନିକଟରେ କାବୁଲର ପୋଲିସ ଡିଷ୍ଟ୍ରିକ୍ଟ-୯ର ଚେକ୍‌ ପଏଣ୍ଟ ରହିଛି। ଏହି ଅଞ୍ଚଳରେ ଆମେରିକା ଓ ଅନ୍ୟ କେତେକ ଦେଶର ଦୂତାବାସ ରହିଛି। ଦୁଇ ଦିନର ବ୍ୟବଧାନ ପରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଚଳିତ ସପ୍ତାହରେ ଏହା ହେଉଛି ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ। ଆଉ ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି । ତେବେ ଅତି ସୁରକ୍ଷିତ ସ୍ଥାନରେ କିଭଳି ଏହି ଦୁର୍ଘଟଣା ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share