କାବୁଲରେ ଶକ୍ତିଶାଳୀ ବିସ୍ଫୋରଣ:୩୪ ମୃତ, ୬୮ ଆହତ

କାବୁଲ, ୧।୭: ଆଫଗାନିସ୍ତାନର କାବୁଲରେ ସୋମବାର ସକାଳୁ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୩୪ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୬୮ ଜଣ ଆହତ ହୋଇଛନ୍ତି। ଏକ ନିର୍ମାଣାଧୀନ କୋଠାରେ ଆତଙ୍କବାଦୀମାନେ ପ୍ରବେଶ କରି ବିସ୍ଫୋରଣ କରିଥିଲେ। କୋଠା ପାଖରେ ଖେଳ ଷ୍ଟାଡିୟମ, ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟର ଏକ ଶାଖା ଥିବାରୁ ଆତଙ୍କବାଦୀମାନେ ଏହି ସ୍ଥାନକୁ ଟାର୍ଗେଟ କରିଥିଲେ। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ଏବଂ ଆମେରିକା ପ୍ରତିନିଧିମଣ୍ଡଳ ମଧ୍ୟରେ କଥାବାର୍ତ୍ତା ଚାଲିଥିବାବେଳେ ଏଭଳି ବିସ୍ଫୋରଣ ଘଟିଛି।

Share