କାବୁଲ ଆତ୍ମଘାତୀ ବିସ୍ଫୋରଣ: ୪ ଯବାନ ଆହତ

କାବୁଲ,୧୮।୧୧: ଆଫଗାନିସ୍ତାନର କାବୁଲରେ ସୋମବାର ସକାଳେ ହୋଇଥିବା ବିସ୍ଫୋରଣରେ ୪ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ମିଲିଟାରୀ ଟ୍ରେନିଂ ସେଣ୍ଟର ନିକଟରେ ଏହି ଆତ୍ମଘାତୀ ବିସ୍ଫୋରଣ କରାଯାଇଥିବା ଜଣାପଡିଛି। ପାଜଓକ ଆଫଗାନ ନ୍ୟୁଜର ସୂଚନା ଅନୁଯାୟୀ ସୋମବାର କାବୁଲରେ ଦୁଇଟି ବିସ୍ଫୋରଣ ହୋଇଥିଲା। ତେବେ ଏଥିରେ ଆହତ ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ସ୍ଥାନକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯିବା ସହ ସେଠାକାର ରାସ୍ତାରେ ଗମନା ଗମନକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

Share