କାବୁଲ ବିଶ୍ୱବିଦ୍ୟାଳୟ ନିକଟରେ ବିସ୍ଫୋରଣ: ୯ଛାତ୍ର ମୃତ, ୩୩ ଆହତ

କାବୁଲ,୧୯।୭: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ହୋଇଥିବା ଏକ ଆତଙ୍କବାଦୀ ବିସ୍ଫୋରଣ ପୁଣି ଥରେ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଏଠାରେ ଥିବା ବିଶ୍ୱବିଦ୍ୟାଳୟ ନିକଟରେ ହୋଇଛି ଏହି ବିସ୍ଫୋରଣ। ଏଥିରେ ୯ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩୩ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରି ନାହାଁନ୍ତି। ଅବଶ୍ୟ କାବୁଲରେ ଏପରି ବିସ୍ଫୋରଣ ପ୍ରାୟ ପ୍ରତିଦିନ ଘଟୁଥିବା ବେଳେ ଦିନକୁ ଦିନ ଏହା ବଢିବାରେ ଲାଗିଛି। ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରବକ୍ତା ପ୍ରଥମେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆଫଗାନ ସୁରକ୍ଷାବଳଙ୍କୁ ପ୍ରତିଦିନ ତାଲିବାନ ଆତଙ୍କବାଦୀଙ୍କ ସାମ୍ନା କରିବାକୁ ପଡୁଛି।

Share