Advertisement

କାମକୁ ଯାଉଥିବାବେଳେ ଫାର୍ମାସିଷ୍ଟଙ୍କୁ ଚାପିଦେଲା ଟ୍ରକ

କେନ୍ଦୁଝର,୧୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିବା ରାଜେଶଙ୍କ ଶନିବାର ଏକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ଆଜି ସକାଳୁ ବାଂଶପାଳକୁ ବାଇକରେ ଡିୟୁଟି ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ନାମ ରାଜେଶ ଦ୍ବିବେଦୀ। ସେ ଏନ ଏଚ ୨୦ ବାଇପାସ ରାସ୍ତା ଦେଇ ଯାଉଥିବା ବେଳେ ଷଠିଘର ସାହି ନିକଟରେ ପଛ ପଟୁ ଏକ ଟ୍ରକ ଚାପି ଦେଇଥିଲା ବୋଲି ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଚି।

ଆଜି ସକାଳେ ଗଡ଼ କୁହୁଡ଼ି ଥିଲା। ଏଣୁ କୁହୁଡି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଟ୍ରକ ଚାଳକଙ୍କ ବେପରୁଆ ଗାଡ଼ି ଛଳନା ଯୋଗୁ ଏକ ନିରୀହ ଲୋକର ଜୀବନ ଚାଲିଗଲା। ଏହି ଖବର ପ୍ରସାରିତ ହେବା ପରେ ମେଡିକାଲ କର୍ମଚାରୀମାନଙ୍କ ମଧ୍ୟରେ ଶୋକର ଛାଇ ଖେଳିଯାଇଛି। ମୃତ ରାଜେଶଙ୍କ ଘର ସ୍ଥାନୀୟ ଆଟୋପୁର ଅଞ୍ଚଳରେ ବୋଲି ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share