କାମରେ ଲାଗୁନି ସ୍ଲଟର ହାଉସ

କେନ୍ଦୁଝର, ୧୯ା୫ (ସ୍ବ.ପ୍ର.)-କେନ୍ଦୁଝର ସହରରେ ଏଣେତେଣେ ମାଂସ ଓ ମାଛ ଦୋକାନ ଖୋଲିଥିବାରୁ ସହରର ପରିବେଶ ପ୍ରଦୂଷିତ ହେବାକୁ ଲାଗିଛି ା ଏହାର ପ୍ରତିକାର କରିବା ସହ ସହ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସହର ଠାରୁ ଦୂରରେ ଢାଙ୍ଗରପଡା ଠାରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟରେ ସ୍ଲଟର ହାଉସ ନିର୍ମାଣ କରାଯାଇଛି ା ପ୍ରତ୍ୟେକ ସ୍ଲଟର ହାଉସ କମ୍ପ୍ଲେକ୍ସର ନିର୍ମାଣ ଖର୍ଚ୍ଚ ୧୦ ଲକ୍ଷ ୪୦ ହଜାର ୫୦୦ ଟଙ୍କା ରହିଥିବା ବେଳେ ୫ ଟି କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି ା ପ୍ରତ୍ୟେକ କମ୍ପ୍ଲେକ୍ସରେ ୫ ଟି ଦୋକାନ ଘର ରହିଛି ା ଏହି ସ୍ଲଟର ହାଉସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ୨୦୧୮ ମସିହା ଅଗଷ୍ଟ ମାସ ରେ ଶେଷ ହୋଇଥିଲେ ହେଁ ଅଦ୍ୟାବଧି କାର୍ଯ୍ୟକାରୀ ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟ ପକ୍ଷରେ ଏହି ସବୁ ଘର ସବୁ ଗୋଦାମ ଘର ଭାବରେ ଜଣେ ବିଦ୍ୟୁତ କରଣ କାମ କରୁଥିବା ଠିକାଦାରକୁ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ ବ୍ୟବହାର ହେବା ପୂର୍ବରୁ ନଷ୍ଟ ହେବାକୁ ବସିଛି ା ଏହି ସ୍ଲଟର ହାଉସ ଗୁଡିକ ଢାଙ୍ଗରପଡା ଶ୍ମଶାନ ନିକଟରେ ନିର୍ମାଣ କରାଯାଇଥିବାରୁ ଏହାକୁ ନେଇ ପୂର୍ବରୁ ଅସନ୍ତୋଷ ଦେଖାଦେଇଆସୁଛି। ସେହିପରି ଏହି ସ୍ଲଟର ହାଉସ କୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି ା ତେବେ ଏହି ସବୁ ଘର କେବେ ବଣ୍ଟନ ହେବ ଏବଂ କେବେଠାରୁ ଏଠାରେ ମାଛମାଂସ ଦୋକାନୀ ଆସି ବିକ୍ରି ଆରମ୍ଭ କରିବେ ସେ ନେଇ ସଠିକ ତଥ୍ୟ କାହାପାଖରେ ନ ଥିବାରୁ ଏହା କାର୍ଯ୍ୟକାରୀ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି ା